ବିଶ୍ୱକପ ହକି : ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡସ

ଭୁବନେଶ୍ୱର – ବିଶ୍ୱକପ୍ ହକି ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଛି ନେଦରଲାଣ୍ଡସ । ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମ । ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରି ୧୪ରେ ନିଜର ପ୍ରଥମ ମ୍ୟାଚ ଖେଳିବ ଗତଥରର ଉପବିଜେତା ଟିମ୍ ।

୨୦୧୮ ବିଶ୍ବକପରେ ଉପବିଜେତା ହୋଇଥିଲା ନେଦରଲାଣ୍ଡସ । ଆସନ୍ତା ଜାନୁଆରୀ ୧୪ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବ ନେଦରଲାଣ୍ଡସ । ଆସନ୍ତାକାଲି ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ ।

Comments are closed.