ଫ୍ରେଣ୍ଡସ ଏ ହୋପ୍ ପକ୍ଷରୁ ରକ୍ତଦାନ ଶିବିର, ୫୨ ୟୁନିଟ୍ ରକ୍ତ ସଂଗ୍ରହୀତ

ବରଗଡ଼: ବରଗଡ଼ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଫ୍ରେଣ୍ଡସ୍ ଏ ହୋପ୍ ପକ୍ଷରୁ ଜୁଲଟ୍ ଲକ୍ଷ୍ମୀନଗର ଛକ ଠାରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ସଂଗଠନର ପ୍ରତିଷ୍ଠାତା ଅମିତ ନାୟକଙ୍କ ସଂଯୋଜନାରେ ଆୟୋଜିତ ଶିବିରରେ ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫର୍ ର ଅଧ୍ୟକ୍ଷା ମିନାକ୍ଷୀ ମିଶ୍ର ଯୋଗଦେଇଥିଲେ । ଅନ୍ୟତମ ଅତିଥି ମଧ୍ୟରେ କନବାର ସରପଞ୍ଚ ଅଧିକାରୀ ବାରିକ, ଲେଣ୍ଡା ସରପଞ୍ଚ ଦଶରଥ ବେହେରା, ବାଗବାଡ଼ି ସରପଞ୍ଚ ମୁକେଶ ସାହୁ, ଫର୍ ସଂଯୋଜକ ଜୟନ୍ତ ଷଣ୍ଢ ଓ ଭାଗୀରଥି ଭେଶରା ପ୍ରମୁଖ ଯୋଗଦେଇ ଫର୍ ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଦେଵବ୍ରତ ମିଶ୍ରଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ରକ୍ତଦାନ ସମ୍ପର୍କରେ ମତବ୍ୟକ୍ତ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରୁଥିବା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବରଗଡ଼ ରକ୍ତଭଣ୍ଡାରରୁ ସରୋଜ ସୁନା, ମଣୀନ୍ଦ୍ର ମେହେର, କୃଷ୍ଣ ଚନ୍ଦ୍ର ସାହୁ, ସବିତା ନାୟକ, ଇପ୍ସିତା ମହାନ୍ତି, ନଳିନୀ ରଥ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏଥିରେ ମୋଟ୍ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ପ୍ରକାଶ ଥାଉକି ଏହି ସଂଗଠନ ପୂର୍ବରୁ ମଧ୍ୟ ମାଗଣା ଚକ୍ଷୁ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର, କୋଭିଡ ସମୟରେ ମାଗଣା ଵସ୍ତ୍ରଦାନ, ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମ, ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସେହି ସଂଗୃହୀତ ଟଙ୍କାକୁ ଅନାଥ ଆଶ୍ରମକୁ ଦାନ ସୂତ୍ରରେ ଦେବା ଭଳି ମହତ କାର୍ଯ୍ୟ ହାତକୁ ନେଇଛି ।

Comments are closed.