୭ରୁ ଦାରିଙ୍ଗବାଡ଼ି ଶୀତ ଉତ୍ସବ, ଉନ୍ମୋଚିତ ହେଲା ଲୋଗୋ

ଫୁଲବାଣୀ – ଆସନ୍ତାକାଲିଠାରୁ ୧୧ ତାରିଖ ଯାଏଁ ଦାରିଙ୍ଗବାଡ଼ିରେ ଆୟୋଜିତ ହେବ ଶୀତ ମହୋତ୍ସବ l ଏନେଇ ବ୍ଲକ ସଭା ଗୃହରେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଣେ ଶୀତ ଉତ୍ସବର ଲୋଗୋ ଉନ୍ମୋଚନ ମଧ୍ୟ ହୋଇଛି । ଶୀତ ଉତ୍ସବ କମିଟି ସଭାପତି ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିଟିର ସମ୍ପାଦକ ବିଡିଓ ଗଦାଧର ପାତ୍ର , ତହସିଲଦାର ଡଃ ଅଶୋକ ଦାସ, ଥାନା ଅଧିକାରୀ କୌଶିକ ମାଝୀ , ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୭ତାରିଖ ରୁ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶୀତ ଉତ୍ସବର ପ୍ରତ୍ୟେକ ଦିନ କେଉଁ କେଉଁ ଦଳ ମୁଖ୍ୟ ଆକର୍ଷଣ ରହିବେ, କିଏ ଅତିଥି ରହିବେ, ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ଓ ପାର୍କିଂ ଉପରେ ନେଇ ଆଲୋଚନା କରିଥିଲେ l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମୁନା ଖାଁ ଯୋଗ ଦେବେ । ଜିଲ୍ଲା ପ୍ରଶାସନ ଓ ଦାରିଙ୍ଗବାଡ଼ି ଶୀତ ମହୋତ୍ସବର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଶୀତ ଉତ୍ସବ ଦ୍ୱାରା ଦାରିଙ୍ଗବାଡି ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ । କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ କଳାକୁ ଗୁରୁତ୍ୱ ଦିଆଯିବ ବୋଲି ବିଡିଓ ଗଦାଧର ପାତ୍ର କହିଛନ୍ତି l କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ କର, ଜଳଛାୟା ପି .ଆଇ .ଏ ହୃଷିକେଶ ପ୍ରଧାନ ,ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ,ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକ, ସାଂସ୍କୃତିକ ବିଭାଗ ମୁଖ୍ୟ ପତିତପାବନ ରାଉତ, ସିଡିପିଓ ଅଞ୍ଜଳି ମହାପାତ୍ର, ଦାରିଙ୍ଗବାଡ଼ି ପରେଷ୍ଟର ପ୍ରସନ୍ନ ପାତ୍ର, ହୋଟେଲ ମାଲିକ ସଙ୍ଘ ,ବଣିକ ସଙ୍ଘ ,ପାଷ୍ଟର ଆସୋସିଏସନର ସଭାପତି ସୁନୀଲ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଦାରିଙ୍ଗବାଡ଼ି ଶୀତ ଉତ୍ସବ ୨୦୨୩ ଖୁବଭଲ ଭାବରେ ଆୟୋଜନ ହେବା ନେଇ ଆଶା ପ୍ରକଟ କରିଛନ୍ତି।

Comments are closed.