ସ୍ୱାଭିମାନ ଅଞ୍ଚଳରୁ ‘ଘରେ ଘରେ ପୁଷ୍ଟି’ ଯୋଜନାର ଶୁଭାରମ୍ଭ 

ମାଲକାନଗିରି – ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରୁ ‘ଘରେ ଘରେ ପୁଷ୍ଟି’ ପ୍ରୟାସର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି । ସ୍ୱାଭିମାନ ଅଞ୍ଚଳର ଯନ୍ତାପାଇ ଠାରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ବିଧିବଦ୍ଧ ଭାବେ ‘ଘରେ ଘରେ ପୁଷ୍ଟି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ କୃଷି ସଚିବ ଅରବିନ୍ଦ ପାଢ଼ୀ, କୃଷି ବିଭାଗୀୟ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧୁରୀ, ଉଦ୍ୟାନ କୃଷି ନିର୍ଦେଶକ ରୋହିତ ଲେଙ୍କା, ନବରଂଗପୁର ସାଂସଦ ରମେଶ ଚନ୍ଦ୍ର ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ଟାଙ୍ଗୁଲ, ଜିଲ୍ଲାପାଳ ବିଶାଲ ସିଂ, ବ୍ଲକ ଅଧ୍ୟକ୍ଷା ରାଜେଶ୍ବରୀ ଖିଲଙ୍କ ଦ୍ଵାରା ଘରେ ଘରେ ପୁଷ୍ଟି ଯୋଜନାର ଶୁଭ ଉଦଘାଟନ ହେଇଯାଇଛି।

ମାଲକାନଗିରି ଜିଲ୍ଲାରେ ପୁଷ୍ଟିହୀନତାର ଶିକାର ମହିଳା ଓ ଶିଶୁମାନଙ୍କ ପାଇଁ ସରକାରଙ୍କର ଏହି ଯୋଜନା ଫଳପ୍ରଦ ହେବ ବୋଲି କୁହାଯାଉଛି । ପ୍ରଥମେ ୩୦ ଜିଲ୍ଲାର ୮ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ ପାଇଁ ଲକ୍ଷ୍ୟ ରଖାଯାଇଛି ।

Comments are closed.