ରାଜ୍ୟରେ ପୁଣି ଶୀତ ପ୍ରକୋପ, ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା 

ଭୁବନେଶ୍ୱର -ରାଜ୍ୟରେ ପୁଣି ଶୀତ ପ୍ରକୋପ । ଜାଡ଼ରେ ଥରୁଛି ସାରା ଓଡ଼ିଶା । ବିଶେଷକରି କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦାଉ ସାଧୁଛି ଶୀତ । ରାତିର ତାପମାତ୍ରା ୪ ରୁ ୫ ଡିଗ୍ରୀ ହ୍ରାସ ପାଇଛି। କୋରାପୁଟ ସେମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ସେଠାରେ

ରାତି ତାପମାତ୍ରା ୨ ଡିଗ୍ରୀକୁ ହ୍ରାସ ପାଇଛି । ସୁନ୍ଦରଗଡ କିରେଇରେ ରାତି ତାପମାତ୍ରା ୪.୪ ଡିଗ୍ରୀ ତାପମାତ୍ରା ।କନ୍ଧମାଳ ଜିଲ୍ଲା ଫୁଲବାଣୀରେ ୫ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା। ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ହ୍ରାସ ଯୋଗୁଁ ପ୍ରବଳ ଶୀତ ଅନୁଭବ ହେଉଛି। ଭୁବନେଶ୍ବରରେ ୧୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.