ହକି ବିଶ୍ବ କପକୁ ସ୍ବାଗତ ପାଇଁ ବ୍ରହ୍ମପୁରରେ ମାରାଥନ୍

ବ୍ରହ୍ମପୁର: ଆସନ୍ତା ସପ୍ତାହରେ ଆରମ୍ଭ ହେବ ହକି ବିଶ୍ବ କପ୍ ପ୍ରତିଯୋଗିତା। ଏହାକୁ ସ୍ବାଗତ ସାଙ୍ଗକୁ ଏ ନେଇ ସଚେତନତା ଓ ଉତ୍ସାହ ସୃଷ୍ଟି ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବ୍ରହ୍ମପୁରରେ ମଧ୍ୟ ରବିବାର ପୂର୍ବାହ୍ନରେ ଏକ ମାରାଥନ୍ ଆୟୋଜିତ ହୋଇଥିଲା। ସ୍ଥାନୀୟ କ୍ରୀଡ଼ା ଛାତ୍ରାବାସ ତଥା ବିଭିନ୍ନ କ୍ରୀଡ଼ା ସଙ୍ଗଠନ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଖେଳାଳି, ପୁଲିସ ବିଭାଗର କ୍ରୀଡ଼ାବିତମାନେ ଏଥିରେ ଉତ୍ସାହର ସହ ଭାଗ ନେଇଥିଲେ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା, ମେୟର୍ ସଂଘମିତ୍ରା ଦଳେଇ, ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ, ବିଏମସି କମିଶନର୍ ଜେ.ସୋନାଲ୍ ପ୍ରମୁଖ ଉପସ୍ଥିତ ଥିଲେ। ମାରାଥନ୍ କୁ ନେଇ ସହରବାସୀଙ୍କ ମଧ୍ୟରେ ବେଶ୍ ଆଗ୍ରହ ପ୍ରକାଶ ପାଇଥିଲା। ପୁଲିସ ବିଭାଗର ଡିଏସପି ସନ୍ତୋଷିନୀ ଓରାମଙ୍କ ସମେତ ଅନ୍ୟ ସମସ୍ତ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Comments are closed.