ଜାଡରେ ଥରୁଛି କନ୍ଧମାଳ, ଦାରିଙ୍ଗବାଡି ସମେତ ଅନେକ ସ୍ଥାନରେ ତୁଷାରପାତ,ଭରପୁର ପର୍ଯ୍ୟଟକ

ଦାରିଙ୍ଗବାଡି: କନ୍ଧମାଳ ଜିଲାରେ ପୁଣି ଶୀତ ଫେରିଛି । ଗତ ଦୁଇ ଦିନ ଧରି ତାପମାତ୍ରା କମିବା ସହ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆଜି ଚଳିତ ଋତୁର ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ରେକର୍ଡ କରାଯାଇଛି l ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ଦାରିଂବାଡ଼ିର ବଜାର, ହିଲଭିଉ ପଏଣ୍ଟ ସମେତ ଆଖ ପାଖ ଅଂଚଳରେ ତୁଷାରପାତ ହୋଇଛି। ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୬.୫ଡିଗ୍ରୀ ରେକର୍ଡ କରାଯାଇଛି । ଘୁ ଉଦୟଗିରିରେ ମଧ୍ୟ ତାପମାତ୍ରା ୫ ତଳକୁ ଖସିଛି। ପାରଦ ତଳମୁହାଁ ହେବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗତ ଦୁଇଦିନ ହେଲା ପ୍ରବଳ ଜାଡ଼ ଅନୁଭୂତ ହେଉଛି । ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁର ଆଶ୍ରୟ ନେଇଛନ୍ତି ।

ସେପଟେ ସବୁ ଗାଡ଼ି କନ୍ଧମାଳ ମୁହାଁ ହେଉଛନ୍ତି। ଆଜି ଛୁଟିଦିନ ହୋଇଥିବାରୁ ନୂଆ ବର୍ଷ ର ମଜା ନେବା ପାଇଁ ଲୋକେ କନ୍ଧମାଳ ମୁହାଁ ହୋଇଛନ୍ତି । ସବୁ ପର୍ଯ୍ୟଟନ ସ୍ଥଳୀରେ ଭରପୁର ପର୍ଯ୍ୟଟକ। ଦାରିଂବାଡ଼ିର ଇକୋ ରିତ୍ରିଟ ମଧ୍ୟ ଭରପୁର।

Comments are closed.