ରାଜ୍ୟର ୩୦ଟି ନୂଆ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୦ଟି ନୂଆ ଥାନା ଲୋକାର୍ପଣ କରିଛନ୍ତି । ନୂଆ ଥାନାଗୁଡିକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପିତ କରିଛନ୍ତି । ଏବେ ରାଜ୍ୟରେ ମୋଟ ଥାନା ସଂଖ୍ୟା ୭୦୮କୁ ବୃଦ୍ଧି ପାଇଛି ।

୨୯ଟି ଫାଣ୍ଠିକୁ ନୂଆ ଥାନା ଭାବେ ଉନ୍ନୀତ କରାଯାଇଛି । ନୂଆ ଥାନା ଗୁଡ଼ିକ ହେଲା – ଭୁବନେଶ୍ୱରର ମୈତ୍ରୀବିହାର ଥାନା, ଜଗତସିଂହପୁର ଜିଲ୍ଲାର କୃଷ୍ଣାନନ୍ଦପୁର, ରାୟଗଡ଼ାର ରାମନାଗୁଡ଼ା, ଯାଜପୁରର ଅଲାକୁଣ୍ଡା ଓ ବ୍ରହ୍ମବରଦା, ଖୋର୍ଦ୍ଧାର ନାଚୁଣୀ, ସୁବର୍ଣ୍ଣପୁରର ଲଚ୍ଛିପୁର, ପୁରୀର ଚାରିଛକ, ଅନୁଗୁଳର ବାଗେଡ଼ିଆ ଓ ଗୋଲାପପ୍ରସାଦ, ଢେଙ୍କାନାଳର ମହାବୀର ରୋଡ୍ , ଝାରସୁଗୁଡ଼ାର ଏୟାରପୋର୍ଟ ଥାନା, ମୟୂରଭଞ୍ଜର ଭଞ୍ଜପୁର ଥାନା, କେନ୍ଦ୍ରାପଡ଼ାର ଚଉଦାକୁଲାଟ ଓ କୁଦାନଗିରି, ଦେବଗଡ଼ର ଲାମୁରା, ନବରଙ୍ଗପୁରର ମୈଦାଲପୁର, କଟକର ମାଣିଆବନ୍ଧ, ଜୁଡୁମ, ଭଦ୍ରେଶ୍ୱର, କୋରାପୁଟର ସୁନକୀ, ବଲାଙ୍ଗିରର ଆଗଲପୁର , ବାଲେଶ୍ୱରର ଗୋପାଳପୁର, କଳାହାଣ୍ଡିର କଲାମପୁର, ଗଞ୍ଜାମର ବେଗୁନିଆପଡ଼ା ଓ ନିମଖଣ୍ଡି ସମ୍ବଲପୁରର ବରେଇପାଲ୍ଲୀ , ନିମଖଣ୍ଡି ଓ ବୌଦ୍ଧର ଘଂଟାପଡ଼ା । ଏହି ସମସ୍ତ ଥାନାରେ ଅତ୍ୟାଧୁନିକ ଯୋଗାଯୋଗ ବ୍ୟବସ୍ଥା ସହ ମହିଳା ଓ ଶିଶୁ ଡେସ୍କ ମଧ୍ୟ ରହିଛି।

Comments are closed.