ପୁରୀ ସହରରେ ହାତୀ ଆତଙ୍କ 

ପୁରୀ – ପୁରୀ ସହରରେ ଦନ୍ତାହାତୀ ଆତଙ୍କ । ସୋମବାର ରାତିରେ ପୁରୀ ସହରରେ ଏକ ଦନ୍ତାହାତୀ ଚନ୍ଦକା ଅଭୟାରଣ୍ୟରୁ ପଳାଇ ଆସିଛି । ଏହି ହାତୀ ଚାଲି ଚାଲି ରାତି ୧୧ଟା ରେ ପୁରୀ ନରେନ୍ଦ୍ର କୋଣରେ ପହଞ୍ଚିଛି । ହାତୀର ଉପସ୍ଥିତି ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି । ଦିନ ତମାମ ଦନ୍ତା ହାତୀ ଚନ୍ଦନପୁର ନିକଟସ୍ଥ ଏକ ଗ୍ରାମରେ ରହିଥିଲା । ୫୦ରୁ ଅଧିକ ବନ କର୍ମଚାରୀ ତାକୁ ଜଗି ରହିଥିଲେ। ତେବେ, ହାତୀ ସେଠାରୁ ଚନ୍ଦକା ଫେରିବା ପରିବର୍ତ୍ତେ ରାତିରେ ଚାଲି ଚାଲି ପୁରୀ ସହରରେ ରେ ପହଞ୍ଚିଥିଲା । ନରେନ୍ଦ୍ର କୋଣ ଦେବୀ ଘାଟ ନିକଟରେ ଲୋକେ ଗୋଡାଇବାରୁ ସେ ଏକ ବଗିଚା ଭିତରେ ପଶିଯାଇଥିଲା ।

Comments are closed.