ଏଲୋପାଥି ବନାମ ଆୟୁର୍ବେଦ: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ରାମଦେବ

ନୂଆଦିଲ୍ଲୀ: ଏଲୋପାଥି ବିରୋଧରେ ମନ୍ତବ୍ୟ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ନାମରେ ରୁଜୁ ହୋଇଥିବା ଏଫଆଇଆର ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ । ବିହାର ଏବଂ ଝାଡଖଣ୍ଡରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ରୋକ୍ ଲଗାଇବା ସହ ତାଙ୍କ ବିରୋଧରେ ସବୁ ମାମଲା ଦିଲ୍ଲୀ ସ୍ଥାନାନ୍ତର କରିବାକୁ ରାମଦେବ ନିଜ ପିଟିସନରେ ଅନୁରୋଧ କରିଛନ୍ତି ।

କରୋନା ମହାମାରୀ ମଧ୍ୟରେ ଏଲୋପାଥି ବିରୋଧରେ ବାବା ରାମଦେବଙ୍କ ବୟାନକୁ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମ୍ଏ) ଦୃଢ଼ ବିରୋଧ କରିଥିଲା। ଏଲୋପାଥି ବିରୋଧରେ ରାମଦେବଙ୍କ ମନ୍ତବ୍ୟ ନେଇ ଏଲୋପାଥିକ ଡାକ୍ତରମାନେ ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାଛଡା ଅନେକ ରାଜ୍ୟରେ ରାମଦେବଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

Comments are closed.