ଭିଜିଲାନ୍ସ ଜାଲରେ ବନଖଣ୍ଡ ଅଧିକାରୀ

ସୁନ୍ଦରଗଡ଼ – ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳାପୁର ବନ ଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ମଣିହୀରାଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। ସୁନ୍ଦରଗଡ଼, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ବନ ଅଧିକାରୀଙ୍କ ୫ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ସମ୍ବଲପୁର ଜିଲ୍ଲା ବୁର୍ଲା ସହରରେ ଥିବା ତିନି ମହଲା କୋଠା, ବଲାଙ୍ଗୀର ଜିଲ୍ଲା ଚନ୍ଦନଭଟି ଗ୍ରାମ ପଞ୍ଚାୟତର ପୈତୃକ ବାହମନିପାଲି ଗ୍ରାମରେ ଥିବା ଘର, ବଲାଙ୍ଗୀର ସହରର ନେହେରୁ ନଗରରେ ଥିବା ସଂପର୍କୀୟଙ୍କ ଘର, ଉଜ୍ଜଳାପୁର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଥିବା ମଣିହୀରାଙ୍କ ଅଫିସ ଚାମ୍ବର ଓ ସରକାରୀ କ୍ୱାର୍ଟର ଚଢ଼ାଉ ଚାଲିଛି । ଚଢାଉରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର,୨ ଏଏସଆଇ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀମାନେ ସାମିଲ ହୋଇଛନ୍ତି।

Comments are closed.