ବାଇକ୍ ସହ ଗଞ୍ଜେଇ ଜବତ, ଜଣେ ଗିରଫ

ବୌଦ୍ଧ : ଆଦର୍ଶ ଥାନା ପୁଲିସ ପକ୍ଷରୁ ଗଞ୍ଜେଇ ବେପାରୀଙ୍କ ଉପରେ ଚଢ଼ାଉ କରିଛି ।

ସୂଚନା ମତେ, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ପ୍ରଧାନଙ୍କ ନିର୍ଦ୍ଦେଶରେ ବଘିଆପଡା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନଙ୍କ ନେତୃତ୍ୱରେ ପୁଲିସର ଏକ ଟିମ ଖଜୁରୀପଡା – ଝାଙ୍କରପଡା ପାଟ୍ରୋଲିଂ କରିଥିବା ବେଳେ ଏକ ବାଇକ୍ ( ଓଡି ୩୧ସି ୫୩୪୫ ) ଉପରେ ଚଢାଉ କରି ବାଇକରୁ ୨୧ କିଲୋ ୪ଶହ ଗ୍ରାମ ଗଂଜେଇ ଜବତ କରିଥିଲା । ବୌଦ୍ଧଥାନା ବଘିଆପଡା ପଞ୍ଚାୟତର ଏରଡା ଗ୍ରାମର ବିଷ୍ଣୁ ଚରଣ ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Comments are closed.