ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ବିନମ୍ର ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର – ଯୁଗ ପ୍ରବର୍ତ୍ତକ ସ୍ୱାମୀ ବିବେକାନନ୍ଦଙ୍କ ଆଜି ଜୟନ୍ତୀ । ବିବେକାନନ୍ଦଙ୍କ ଜୟନ୍ତୀକୁ ସାରାଦେଶରେ ଜାତୀୟ ଯୁବ ଦିବସ ଭାବେ ବି ପାଳନ କରାଯାଉଛି। ଜୟନ୍ତୀ ଅବସରରେ ସ୍ୱାମୀ ବିବେକାନନ୍ଦଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତିି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିବେକାନନ୍ଦଙ୍କ ଶିକ୍ଷା, ଜ୍ଞାନ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଯୁବଗୋଷ୍ଠୀଙ୍କ ପାଇଁ ସୈଦ୍ଧାନ୍ତିକ ମାର୍ଗଦର୍ଶକ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିବେକାନନ୍ଦଙ୍କ ନୀତି ଓ ଆଦର୍ଶ ଭଲ ସମାଜ ଗଠନରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.