ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ, ଭାଗ ନେଲେ ୧୨ଟି ବ୍ଳକର ବହୁ ଛାତ୍ରଛାତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଘେଁସ୍ ହାଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗ ଦେଇ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ପଦ୍ମଶ୍ରୀ ଡ . ହଳଧର ନାଗ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୋହେଲା ବ୍ଲକ୍ ଅଧ୍ୟକ୍ଷା ବବି ପ୍ରଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରି, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ଜ୍ୟୋତିକାନ୍ତ ସାହୁ , ସୋହେଲା ବ୍ଳକ ଶିକ୍ଷାଧିକାରୀ ଅମୃତା ସାହୁ , ବରଗଡ଼ ବ୍ଲକ ଶିକ୍ଷାଧିକାରୀ ସେବାଶ୍ରୀ ଭୋଇ , ଘେଁସ ସରପଞ୍ଚ ଗୋକୁଳ ଦାସ , ପିଟିଏ କମିଟି ସଭାପତି ଧୀରେନ୍ଦ୍ର ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ଅଶୋକ ପୂଜାହାରୀ ସଭା ପରିଚାଳନା କରିଥିଲେ । ଘେଁସ ହାଇସ୍କୁଲର ପ୍ରଧାନଶିକ୍ଷକ ଦୁଃଶାସନ ସେନାପତି ଧନ୍ୟବାଦ ଦେଇଥିଲେ ।

ଜିଲ୍ଲାର ୧୨ଟି ବ୍ଲକ୍‌ରୁ ବହୁ ଛାତ୍ରଛାତ୍ରୀ ହେବାକୁ ଥିବା ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଦୁଇଦିନ ଧରି ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାରେ ଖୋଖୋ , କବାଡ଼ି ଓ ବ୍ୟାଡମିଣ୍ଟନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ ।

Comments are closed.