ହିମାଚଳ ପ୍ରଦେଶ: ଖାତକୁ ଖସିଲା କାର୍‌, ୯ ମୃତ

ଶିମଳା: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଏକ କାର୍ ଗଭୀର ଖାତକୁ ଖସି ପଡିବାରୁ ୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଘଟଣା ବାଗ୍ ପାଶୋଗ୍ ଗାଁ ନିକଟସ୍ଥ ପଛାଡ ଅଞ୍ଚଳରେ ଘଟିଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଏକ ପିକ୍‌ଅପ୍ ଭ୍ୟାନ୍ କିଛି ବରଯାତ୍ରୀକୁ ନେଇ ଫେରୁଥିବା ବେଳେ ପାଶୋଗ ଗାଁ ପାଖରେ ଭାରସାମ୍ୟ ହରାଇ ୩୦୦ ମିଟର ଗଭୀର ଖାତ ଭିତରକୁ ଖସିପଡିଥିଲା । ବ୍ରେକ୍ ଫେଲ୍ ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Comments are closed.