ଆସନ୍ତା ୧୯ରୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ୧୯ତାରିଖରୁ ପୁଣି ଦିଆଯିବ କୋରୋନା ଟିକା । କୋଭିଡ ଟିକାକରଣ ଅଭିଯାନରେ ଉପଲବ୍ଧ ହେବ କୋଭିସିଲ୍ଡ । ଦ୍ଵିତୀୟ ଓ ପ୍ରିକସନ ଡୋଜ ସମୟ ହୋଇଯାଇଥିଲେ ମଧ୍ୟ ଟିକା ନେଇପାରିବେ । ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଟିକାକରଣ କେନ୍ଦ୍ରରେ ଟିକା ମିଳିବ । କେବଳ କୋଭିସିଲଡ ଟିକା ହିଁ ଉପଲବ୍ଧ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.