ଭୁବନେଶ୍ୱରକୁ ଭିକାରୀମୁକ୍ତ ପାଇଁ ଆରମ୍ଭ ହେଲା ବ୍ୟାପକ ଅଭିଯାନ

ଭୁବନେଶ୍ୱର- ଭୁବନେଶ୍ୱରକୁ ଭିକାରୀମୁକ୍ତ କରିବା ପାଇଁ ମିଳିତ ଭାବେ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ବିଏମସି, କମିଶନରେଟ ପୋଲିସ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ରାଜଧାନୀକୁ ଭିକାରୀମୁକ୍ତ କରିବା ଅଭିଯାନରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମର ୬୧ଟି ୱାର୍ଡର ଗଳିକନ୍ଦିରେ ଭିକାରୀମାନଙ୍କୁ ଉଦ୍ଧାର କରାଯାଇ ଥଇଥାନ କେନ୍ଦ୍ରକୁ ନିଆଯାଇଛି । ଆଜି ଜନପଥ, ୟୁନିଟ-୧, ୟୁନିଟ-୨ ମାର୍କେଟ ଅଂଚଳରେ ଅଭିଯାନ ଆରମ୍ଭ ହୋଇଛି । ଆଗରୁ ମଧ୍ୟ ଏପରି ଚଢାଉ କରି ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ଭୁବନେଶ୍ୱର ମହାନଗର ନିଗମ ।

Comments are closed.