ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ବି କରିବ ଛଟେଇ, ବିଦା ହେବେ ୧୨,୦୦୦ କର୍ମଚାରୀ

ନୂଆଦିଲ୍ଲୀ: ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାର ମୁକାବିଲା ପାଇଁ କଠୋର ନିଷ୍ପତ୍ତି ନେଇଛି । କମ୍ପାନୀ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏକ ଅଗ୍ରଣୀ ନ୍ୟୁଜ୍ ଏଜେନ୍ସି ସହ ସେୟାର କରିଥିବା ଏକ ଷ୍ଟାଫ୍ ମେମୋରେ ଏହି କଥା କହିଛନ୍ତି। ଆଲଫାବେଟର ଏହି ପଦକ୍ଷେପ ପରେ ଟେକ୍ନୋଲୋଜି କ୍ଷେତ୍ରରେ ହଇଚଇ ସୃଷ୍ଟି କରିବା ନିଶ୍ଚିତ | ଏହାର ପ୍ରତିଦ୍ୱନ୍ଦ୍ୱୀ ମାଇକ୍ରୋସଫ୍ଟ କର୍ପ ମଧ୍ୟ ନିକଟରେ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରଛି ।

କର୍ମଚାରୀ ଛଟେଇ ଦ୍ବାରା ନିଯୁକ୍ତି, କର୍ପୋରେଟ୍ ଅପରେସନ୍ ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟସ୍ ଭଳି କମ୍ପାନୀର ସବୁ ଟିମ୍ ପ୍ରଭାବିତ ହୋଇପାରନ୍ତି ।

ଆଲଫାବେଟ୍ କହିଛି ଯେ ସାରା ବିଶ୍ୱରେ ଥିବା ଏହାର କାର୍ଯ୍ୟାଳୟରେ କର୍ମଚାରୀ ଛଟେଇ କରାଯିବ। ଏହା ଦ୍ବାରା ଆମେରିକାରେ ଷ୍ଟାଫ୍ ମଧ୍ୟ ପ୍ରଭାବିତ ହେବେ ।

ପୂର୍ବରୁ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ସହ ଆମାଜନ୍, ଟ୍ବିଟର ଓ ମାଇକ୍ରୋସଫ୍ଟ ଭଳି ବଡ଼ ଟେକ୍ କମ୍ପାନୀ ମଧ୍ୟ କର୍ମଚାରୀ ଛଟେଇ କରିଛନ୍ତି ।

Comments are closed.