ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ପ୍ରାୟ ୩୦ ସେକେଣ୍ଡ ପର୍ଯ୍ୟନ୍ତ ଭୂକମ୍ପର ଝଟକା ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ ଆକଳନ କରାଯାଇଛି | ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା। ସୂଚନା ଅନୁଯାୟୀ, ଅନେକ ବର୍ଷ ପରେ ଏନସିଆରରେ ଏଭଳି ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ଯୋଗୁଁ ଲୋକମାନେ ନିଜ ଘର ଏବଂ କାର୍ଯ୍ୟାଳୟରୁ ବାହାରି ଖୋଲା ସ୍ଥାନକୁ ଚାଲି ଆସିଥିଲେ।

ନ୍ୟାସନାଲ ସେଣ୍ଟର ଫର୍ ସେସ୍ମୋଲୋଜି(ଏନସିଏସ୍)ର ସୂଚନା ଅନୁଯାୟୀ ମଙ୍ଗଳବାର ଦିଲ୍ଲୀ-ଏନସିଆରରେ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ହେଉଛି ନେପାଳ। ମଙ୍ଗଳବାର ଅପରାହ୍ନ ୨.୨୮ ରେ ରିକ୍ଟର ସ୍କେଲରେ ୫.୮ ତୀବ୍ରତାର ଭୂକମ୍ପ ଘଟିଛି। ଦିଲ୍ଲୀ-ଏନସିଆର, ଉତ୍ତରାଖଣ୍ଡ ଏବଂ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିଲା। ନେପାଳରେ ହୋଇଥିବା ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ଥିଲା।

Comments are closed.