ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ବିଭିନ୍ନ କଟକଣା ଜାରି

ପୁରୀ-ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀରେ ଆଜିଠାରୁ ବିଭିନ୍ନ କଟକଣା ଆରମ୍ଭ ହୋଇଛି । ବଡଦାଣ୍ଡର ୨ ପାଖରେ ଥିବା ହୋଟେଲ ଓ ଧର୍ମଶାଳା ଆଜିଠାରୁ ଖାଲି କରାଯିବ । ଘରୋଇ କୋଠାରୁ ମଧ୍ୟ ପରିବାର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ଲୋକଙ୍କୁ ହଟାଯିବ । ବାଲକୋନି କିମ୍ବା ଛାତ ଉପରୁ ରଥଯାତ୍ରା ଦର୍ଶନ ଉପରେ କଟକଣା ଜାରି କରାଯାଇଛି । ବିନା ଭକ୍ତରେ ରଥଯାତ୍ରା ନିଷ୍ପତ୍ତି ଯୋଗୁଁ ପ୍ରଶାସନ କଟକଣା ଲଗାଇବା ଜାରି କରିଛି । ଏଣେ ଆସନ୍ତାକାଲି ରାତି ୮ଟାରୁ ଜୁଲାଇ ୧୩ ରାତି ୮ଟା ଯାଏଁ ପୁରୀରେ କର୍ଫ୍ୟୁ ସହ ୧୪୪ ଧାରା ବଳବତ୍ତର ରହିବ । ବଡଦାଣ୍ଡରେ ଔଷଧ ଦୋକାନ ଖୋଲିବା ଉପରେ ବି କଟକଣା ଜାରି ହୋଇଛି । ପୁରୀକୁ ସଂଯୋଗ କରୁଥିବା ୮ଟି ପ୍ରବେଶ ପଥ ଓ ବଡଦାଣ୍ଡକୁ ସଂଯୋଗ କରୁଥିବା ୩ଟି ପ୍ରବେଶ ପଥକୁ ମଧ୍ୟ ସିଲ୍ କରାଯିବ ।

Comments are closed.