ମୋଦି କ୍ୟାବିନେଟର ୪୨ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା, ୩୧ ପ୍ରତିଶତଙ୍କ ନାଁରେ ହତ୍ୟା, ଡକାୟତି ଭଳି ସଙ୍ଗୀନ୍ ଅଭିଯୋଗ

ନୂଆଦିଲ୍ଲୀ: ନିକଟରେ ପ୍ରଧାନମନ୍ତ୍ରୀ ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି । ତେବେ ସମ୍ପ୍ରସାରିତ ମନ୍ତ୍ରୀମଣ୍ଡଳର ୭୮ ମନ୍ତ୍ରୀଙ୍କ ମଧ୍ୟରୁ ୪୨ ପ୍ରତିଶତ ମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବା ଜଣାପଡିଛି । ଏହାଛଡ଼ା ଚାରିଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ୍
ମାମଲ ରହିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରୁ ଏଭଳି ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି | ଗତ ବୁଧବାର ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହୋଇଥିଲା । ୧୫ ଜଣ ନୂଆ କ୍ୟାବିନେଟ ମନ୍ତ୍ରୀ ସହ ୨୮ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଏଥିସହ ମନ୍ତ୍ରୀମଣ୍ଡଳର ମୋଟ ସଦସ୍ୟଙ୍କ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି ।

ନିର୍ବାଚନ ସମୟରେ ଦାଖଲ ହୋଇଥିବା ସତ୍ୟପାଠକୁ ଆଧାର କରି ଏଡିଆର୍ ରିପୋର୍ଟରେ କୁହାଯାଇଛି,
ମୋଦି ସରକାରର ମନ୍ତ୍ରୀଙ୍କ ମଧ୍ୟରୁ ୩୩ ପ୍ରତିଶତ (୪୨ ଜଣ) ସେମାନଙ୍କ ବିରୋଧରେ ଆପରାଧିକ ମାମଲା ଥିବା ଉଲ୍ଲେଖ କରିଛନ୍ତି। ପ୍ରାୟ ୨୪ ଜଣ ତଥା ୩୧ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି ଇତ୍ୟାଦି ଗୁରୁତର ଆପରାଧିକ ମାମଲା ରହିଛି। ଗୃହ ରାଷ୍ଟ୍ରମନ୍ତ୍ରୀ ହୋଇଥିବା କୁଚ୍ ବେହେର ନିର୍ବାଚନମଣ୍ଡଳୀର ନିଶିତ ପରମାଣିକ ତାଙ୍କ ବିରୋଧରେ ହତ୍ୟା ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୩୫ ବର୍ଷୀୟ ପରମାଣିକ ହେଉଛନ୍ତି ମନ୍ତ୍ରୀମଣ୍ଡଳର ସର୍ବକନିଷ୍ଠ ସଦସ୍ୟ |

ଚାରିଜଣ ମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ୍ ମାମଲା ବି ରୁଜୁ କରାଯାଇଛି। ଏହି ମନ୍ତ୍ରୀମାନେ ହେଉଛନ୍ତି ଜନ୍ ବାର୍ଲା, ପରମାଣିକ, ପଙ୍କଜ ଚୌଧୁରୀ ଏବଂ ଭି.ମୁରଲୀଧରନ୍। ଏହାଛଡ଼ା ମନ୍ତ୍ରୀମାନଙ୍କ ମଧ୍ୟରୁ ୭୦ (90 ପ୍ରତିଶତ) ଜଣ ହେଉଛନ୍ତି କୋଟିପତି । ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ହେଉଛି ୧୬.୨୪ କୋଟି ଟଙ୍କା। ଚାରିଜଣ ମନ୍ତ୍ରୀଙ୍କ ପାଖରେ ୫୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ଏହି ମନ୍ତ୍ରୀମାନେ ହେଉଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ, ପୀୟୁଷ ଗୋୟଲ, ନାରାୟଣ ରାଣେ ଏବଂ ରାଜୀବ ଚନ୍ଦ୍ରଶେଖର।

Comments are closed.