ଆଜିଠୁ ଖଣ୍ଡଗିରି ମେଳା

ଭୁବନେଶ୍ୱର – ଆଜି ପବିତ୍ର ମାଘ ସପ୍ତମୀରେ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭମେଳା। ୯ ଦିନ ଧରି ଚାଲିବ ମେଳା । ଏଥିପାଇଁ ଖଣ୍ଡଗିରିରେ ସାଧୁସନ୍ଥମାନଙ୍କ ଭିଡ଼ ଜମିବା ଆରମ୍ଭ ହୋଇଯାଇଛି । ସୂର୍ଯ୍ୟ ଉପାସନା ସାଙ୍ଗକୁ ସାଧୁସନ୍ଥମାନେ ହୋମଯଜ୍ଞ, ଜପତପ ଓ ପୂଜାର୍ଚ୍ଚନା କରିବେ। ଖଣ୍ଡଗିରିରେ ସୃଷ୍ଟି ହେବ ସୁନ୍ଦର ଆଧ୍ୟାତ୍ମିକ ବାତାବରଣ। ଆଜି ମା’ ବାରଭୂଜାଙ୍କ ପାଖେ ଖଣ୍ଡଖିରି ଭୋଗ ଲାଗି ହେବ। ମଧ୍ୟାହ୍ନ ପରେ ହୋମକୁଣ୍ଡରେ ଅଗ୍ନି ସ୍ଥାପନ ହେବ ଓ ଏହି ଅଖଣ୍ଡ ହୋମକୁଣ୍ଡ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପ୍ରଜ୍ଜ୍ବଳିତ ରହିବ।

କୋରୋନା ମହାମାରୀ ‌ପରେ ମେଳା ହେଉଥିବାରୁ ଏଥର ହଜାର ହଜାର ଲୋକଙ୍କ ଭିଡ଼ ଜମିବ। ମେଳା ସମୟରେ ଟ୍ରାଫିକ୍‌ ସମସ୍ୟାଠାରୁ ଆରମ୍ଭ କରି ଚୋରି, ଅପରାଧ ଆଦି ସବୁଦିଗକୁ କମିଶନରେଟ୍‌ ପୋଲିସ ଗୁରୁତ୍ବର ସହ ନେଇଛି। ମେଳା ପାଇଁ ୬ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି। ସୁରକ୍ଷା ଦାୟିତ୍ବକୁ ଜଣେ ଏସିପି ପାହ୍ୟାର ଅଧିକାରୀଙ୍କୁ ଦିଆଯାଇଛି। ତାଙ୍କ ନେତୃତ୍ବରେ ୧୮ଜଣିଆ ଟିମ୍‌ ଗଠନ କରାଯାଇଛି।

ଖଣ୍ଡଗିରି ମେଳା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

Comments are closed.