ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିଶାଳ ସୌରଝଡ଼, ପ୍ରଭାବିତ ହେବ ମୋବାଇଲ, ଜିପିଏସ୍ ସିଗ୍ନାଲ୍‌

ନୂଆଦିଲ୍ଲୀ: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବିଶାଳ ସୌରଝଡ଼ । ପ୍ରାୟ ୧୬ ଲକ୍ଷ କିଲୋମିଟର ପ୍ରତି ଘଣ୍ଟାର ବେଗରେ ଆସୁଥିବା ଏହି ସୌରଝଡ଼ ପୃଥିବୀ ପୃଷ୍ଠକୁ ଧକ୍କା ଦେବ । ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ କରିଥିବା ପୂର୍ବାନୁମାନ ଅନୁଯାୟୀ, ଏହି ସୌରଝଡ଼ର ଆଜି ବିଳମ୍ବିତ ରାତିରେ ପୃଥିବୀପୃଷ୍ଠ ସହ ଧକ୍କା ହୋଇପାରେ । ଏହାଦ୍ୱାରା ବିଦ୍ୟୁତ ସରବରାହ ଠାରୁ ଆରମ୍ଭ କରି ମୋବାଇଲ ଓ ଜିପିଏସ୍ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ସ୍ପେସ୍ ଡଟ୍ କମ୍ ନାମକ ଏକ ୱେବସାଇଟ୍ ଅନୁଯାୟୀ ପ୍ରଥମେ ଜୁଲାଇ ୩ରେ ଏହି ସୌରଝଡ଼ ସମ୍ପର୍କରେ ଜଣାପଡ଼ିଥିଲା । ଏହ ଝଡ଼ ପ୍ରତି ସେକେଣ୍ଡ୍‌ରେ ୫୦୦ କିଲୋମିଟର ଅତିକ୍ରମ କରୁଛି । ବହୁ ସାଟେଲାଇଟ୍ ଉପରେ ଏହି ସୌରଝଡ଼ର ପ୍ରଭାବ ପଡ଼ିବା ସମ୍ଭାବନା ରହିଛି । ସୌରଝଡ଼ ଦ୍ୱାରା ଜିପିଏସ୍ ନେଭିଗେସନ୍‌, ମୋବାଇଲ୍ ଫୋନ୍ ସିଗ୍ନାଲ୍ ଏବଂ ସାଟେଲାଇନ୍ ଟିଭି ମଧ୍ୟ ପ୍ରଭାବିତ ହେବ । ସୌର ବିକିରଣ ଦ୍ୱାରା ବିଦ୍ୟୁତ ଗ୍ରୀଡ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ।

ସୌରମଣ୍ଡଳର ଚୁମ୍ବକୀୟ ସ୍ତରରେ ସନ୍ତୁଳନ ବିଗିଡ଼ିଲେ ସୌରଝଡ଼ ସୃଷ୍ଟି ହୋଇଥାଏ । ସୌରମଣ୍ଡଳ ପଟୁ ବହୁଥିବା ପବନର ତୀବ୍ରତା ବହୁମାତ୍ରାରେ ବଢ଼ିଲେ ଏଭଳି ସୌରଝଡ଼ ସୃଷ୍ଟି ହୋଇଥାଏ ବୋଲି କହିଛନ୍ତି ମହାକାଶ ବିଶେଷଜ୍ଞ

Comments are closed.