ଶ୍ରୀମନ୍ଦିର ନାଟମଣ୍ଡପରେ ଲେଜର ସ୍କାନିଂ ଆରମ୍ଭ

ପୁରୀ- ଶ୍ରୀମନ୍ଦିର ନାଟମଣ୍ଡପରେ ଲେଜର ସ୍କାନିଂ ଆରମ୍ଭ ହୋଇଛି । ମୁମ୍ବାଇର ସେଲ୍ ଜିଓ ମାଟିକସର ୪ ଜଣିଆ ଟିମ୍ ଲେଜର ସ୍କାନିଂ କରୁଛନ୍ତି । ଜଗମୋହନ ଓ ଭୋଗମଣ୍ଡପର ମଧ୍ୟ ଲେଜର ସ୍କାନିଂ କରାଯିବ । କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ହେବ ନାହିଁ । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା –ଏଏସଆଇ ଅଧିକାରୀଙ୍କ ଉପସ୍ଥିତିରେ ଲେଜର ସ୍କାନିଂ କରାଯାଉଛି ।

ସେପଟେ ଶ୍ରୀମନ୍ଦିରର ଚାରିଟି ଦ୍ୱାରକୁ ରୂପା ଛାଉଣୀ କରିବା ପ୍ରସଙ୍ଗରେ କୁହାଯାଇଛି ଯେ, ପ୍ରଥମେ ବେହରଣ ଦ୍ୱାରକୁ ରୁପା ଛାଉଣୀ କରାଯିବ । ବେହରଣ ସମେତ କଳାହାଟ, ଜୟବିଜୟ ଓ ପଶ୍ଚିମ ଭୋଗମଣୀ ଦ୍ୱାରର ହେବ ରୁପା ଛାଉଣୀ । ଏଥିପାଇଁ ଆଜି ଶ୍ରୀମନ୍ଦିର ଭିତରେ ଏଏସଆଇ ପକ୍ଷରୁ ଭାରା ବନ୍ଧା ଯାଇଛି ।

Comments are closed.