କରୋନା ଅପଡେଟ୍‌: ଦେଶରେ ଆଉ ୩୮ ହଜାର ନୂଆ ମାମଲା, ୬୨୪ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କରୋନାର ଆଉ ୩୮,୭୯୨ ନୂଆ ମାମଲା ସାମ୍ନାକୁ ଆସିଛି । ଏହି ରୋଗରେ ଆଉ ୬୨୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ହଜାର ରୋଗୀ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏବେ ମୋଟ ତିନି କୋଟି ୯ ଲକ୍ଷ ୪୬ ହଜାର କରୋନା ମାମଲା ରିପୋର୍ଟ ହୋଇଛି । ଏହି ମହାମାରୀରେ ମୋଟ ୪ ଲକ୍ଷ ୧୧ ହଜାର ୪୦୮ ଜଣଙ୍କର ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ଏପର୍ଯ୍ୟନ୍ତ ୩ କୋଟି ୧ ଲକ୍ଷ ୪ ଜହାର ଲୋକ ସୁସ୍ଥ ହୋଇଛନ୍ତି । ଏବେ ୪ ଲକ୍ଷ ୨୯ ହଜାର ୯୪୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ସାରା ଦେଶରେ ଜୁଲାଇ ୧୩ ଯାଏଁ ୩୮ କୋଟି ୭୬ ଲକ୍ଷ କରୋନା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୩୭ ଲକ୍ଷ ୧୪ ହଜାର ଟିକା ଦିଆଯାଇଥିଲା । ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର) ଅନୁଯାୟୀ ଦେଶରେ ଏଯାବତ୍ ମୋଟ ୪୩ କୋଟି ୫୯ ଲକ୍ଷ କରୋନା ଟେଷ୍ଟ ହୋଇଛି । ଗତକାଲି ମୋଟ ୧୯.୧୫ ଲକ୍ଷ କରୋନା ନମୁନାର ପରୀକ୍ଷଣ କରାଯାଇଥିଲା , ଯାହାର ପଜିଟିଭ୍ ହାର ହେଉଛି ୩ ପ୍ରତିଶତରୁ କମ୍ ।

ଦେଶରେ ମୃତ୍ୟୁ ହାର ୧.୩୩ ରହିଥିବା ବେଳେ ଆରୋଗ୍ୟ ହାର ୯୭ ପ୍ରତିଶତକୁ ବୃଦ୍ଧି ପାଇଛି । ସକ୍ରିୟ ମାମଲାରେ ବିଶ୍ୱର ଭାରତର ସ୍ଥାନ ହେଉଛି ଚତୁର୍ଥ ।

Comments are closed.