ରାଜ୍ୟରେ ଜମାତ-ଉଲ-ମୁଜାହିଦ୍ଦିନ ଆତଙ୍କବାଦୀ ?

ଭୁବନେଶ୍ୱର- ରାଜ୍ୟରେ ଜମାତ-ଉଲ-ମୁଜାହିଦ୍ଦିନର ଆତଙ୍କବାଦୀ ଲୁଚି ଥାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି । କୋଲକାତାରେ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଅଟକ ରଖାଯାଇଛି । ଅଟକ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କର ଓଡିଶା ଲିଙ୍କ୍ ଥିବା ସୂଚନା ମିଳିଛି । ଅନ୍ୟ କିଛି ଆତଙ୍କବାଦୀ ମଧ୍ୟ ଓଡିଶାରେ ଲୁଚି ଥାଇପାରନ୍ତି । ଏହି ଖବର ପରେ ରାଜ୍ୟ ଗୁଇନ୍ଦା ବିଭାଗ କୋଲକାତା ଏସଟିଏଫ ସହ ଲଗାତର ଯୋଗାଯୋଗରେ ରହିଥିବା ସୂଚନା ମିଳିଛି ।

Comments are closed.