କଟକଣା କୋହଳ ହେବାରୁ ଭିଡ ନେଇ କେନ୍ଦ୍ରର ଚିନ୍ତା, କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର- କୋରୋନା ନିୟନ୍ତ୍ରଣ ନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେବାକୁ ସେ କହିଛନ୍ତି । କୋରୋନା ମୁକାବିଲା ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନରେ ନଜର ରଖିବାକୁ ହେବ । ଅମାନିଆଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହ ସଚିବ । ସଂକ୍ରମଣ ହ୍ରାସ ପାଉଥିବାରୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ସସରକାର କଟକଣା କୋହଳ କରୁଛନ୍ତି । କିନ୍ତୁ ବଜାର ଓ ଶୈଳ ନିବାସ ଆଦିରେ ଭିଡ ହେଉଛି । ଏ ଯାଏ ଦ୍ୱିତୀୟ ଲହରୀ ଯାଇନାହିଁ । ତେଣୁ କୋରୋନା ନିୟମ କଡାକଡି ଭାବେ ପାଳନ କରିବାକୁ ହେବ । ଟିକାକରଣ ବୃଦ୍ଧି କରିବାକୁ ରାଜ୍ୟ ସରକାରମାନଙ୍କୁ ଗୃହ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.