ରାଜ୍ୟରେ ୨ ହଜାର ୧୮୨ ନୂଆ ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦

ଭୁବନେଶ୍ୱର- ରାଜ୍ୟରେ ୨ ହଜାର ୧୮୨ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୨୫୮ ଏବଂ ସ୍ଥାନୀୟ ଅଂଚଳରୁ ୯୨୪ ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୦ ଏବଂ କଟକରୁ ୩୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୭୫, ବାଲେଶ୍ୱରରୁ ୧୬୧, ପୁରୀରୁ ୯୪, ମୟୂରଭଞ୍ଜରୁ ୯୨, ଅନୁଗୁଳରୁ ୮୯, ଜଗତସିଂହପୁରରୁ ୮୭, ଭଦ୍ରକରୁ ୭୬, ନୟାଗଡରୁ ୭୫, ଢେଙ୍କାନାଳରୁ ୭୦, କେନ୍ଦ୍ରାପଡାରୁ ୫୫, ସୁନ୍ଦରଗଡରୁ ୫୪, କେନ୍ଦୁଝରରୁ ୪୪, କୋରାପୁଟରୁ ୨୮, ମାଲକାନଗିରିରୁ ୨୫, ସମ୍ବଲପୁରରୁ ୨୪, ରାୟଗଡାରୁ ୨୨, ନବରଙ୍ଗପୁରରୁ ୧୬, ବରଗଡରୁ ୧୫, କନ୍ଧମାଳରୁ ୧୪, କଳାହାଣ୍ଡିରୁ ୧୩, ସୋନପୁରରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ୯, ବୌଦ୍ଧରୁ ୬, ବଲାଙ୍ଗିରରୁ ୪, ଗଜପତିରୁ ୪, ଗଞ୍ଜାମରୁ ୩, ନୂଆପଡାରୁ ୨ ଓ ଦେବଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏଯାଏଁ ମୋଟ ୯ ଲକ୍ଷ ୫୨ ହଜାର ୧୧୧ ଜଣ ପଜିଟିଭ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୨୫ ହଜାର ୫୨୬ ଜଣ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ସଂଖ୍ୟା ରହିଛି ୨୧ ହଜାର ୫୪୦ ।

Comments are closed.