ରାଇକିଆରେ ଅଭାବନୀୟ ଘଟଣା, ସ୍ୱାମୀ ସହ ଝଗଡା ପରେ ପୁଅ, ଝିଅକୁ କୂଅକୁ ଠେଲି ଦେଲା ମାଆ , ଦୁଇ ଶିଶୁ ମୃତ

ଫୁଲବାଣୀ – କନ୍ଧମାଳ ଜିଲ୍ଲା ରାଇକିଆରେ ଅଭାବନୀୟ ଘଟଣା । ପୁଅ ଓ ଝିଅକୁ କୂଅକୁ ମାଆ ଠେଲି ଦେଇଥିବା ଅଭିଯୋଗ ହୋଇଛି । ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି । ପଡୋଶୀମାନେ ଦୁଇ ପିଲାଙ୍କୁ କୂଅରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Comments are closed.