ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୫ ହଜାର ପାର୍‌, ଆଉ ୬୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ କୋଭିଡ ମୃତ୍ୟୁସଂଖ୍ୟା ୫ ହଜାର ଟପିଛି । ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ତଥ୍ୟ ଅନୁସାରେ କୋରୋନାରେ ଆଉ ୬୬ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଥିସହିତ ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୫ ହଜାର ୫୮କୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୩, ଗଞ୍ଜାମ ଜିଲ୍ଲାରେ ୮, ମୟୂରଭଞ୍ଜରେ ୬, ସୁନ୍ଦରଗଡରେ ୬, ବୌଦ୍ଧରେ ୫ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ବରଗଡ ଓ ନୟାଗଡରେ ୩ ଜଣ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, କେନ୍ଦ୍ରାପଡା ଓ ପୁରୀରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ବଲାଙ୍ଗିର, ଭଦ୍ରକ, ଜଗତସିଂହପୁର, ଯାଜପୁର, କନ୍ଧମାଳ ଓ ରାୟଗଡାରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି ।

Comments are closed.