ବିବିସି ଡକ୍ୟୁମେଣ୍ଟାରୀ ବିବାଦ: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଟ୍ୱିଟର ଏବଂ ସୋସିଆଲ ମିଡିଆରେ ଡକ୍ୟୁମେଣ୍ଟାରୀର ଭିଡିଓ ଲିଙ୍କକୁ ବ୍ଲକ୍ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା ।

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ, ବରିଷ୍ଠ ସମ୍ପାଦକ ଏନ୍ ରାମ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଦାଖଲ କରିଥିବା ଆବେଦନର ଆଜି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଥିଲେ।

ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱରେ ଏକ ଦୁଇ ଜଣିଆ ଖଣ୍ଡପୀଠ କେନ୍ଦ୍ରକୁ ନୋଟିସ ଜାରି କରି ଜବାବ ଦାଖଲ କରିବାକୁ କହିଛନ୍ତି । ଏହାଛଡ଼ା ବିବିସି ଡକ୍ୟୁମେଣ୍ଟାରୀ ବ୍ଲକ୍ ନେଇ ନିଷ୍ପତ୍ତି ସମ୍ବନ୍ଧରେ ମୂଳ ଫାଇଲ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି ନ କରିବାକୁ ମଧ୍ୟ କୋର୍ଟ କେନ୍ଦ୍ରକୁ କହିଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲରେ ହେବ ।

ଆସନ୍ତା ଏପ୍ରିଲରେ ପରବର୍ତ୍ତୀ ଶୁଣାଣିରେ ସମସ୍ତ ମୂଳ ରେକର୍ଡ ଉପସ୍ଥାପନ କରିବାକୁ କୋର୍ଟ କେନ୍ଦ୍ର ସରକାର, ଉତ୍ତରଦାତା ଏବଂ ଅନ୍ୟମାନଙ୍କୁ କହିଛନ୍ତି।

Comments are closed.