ନବ ଦାସ ହତ୍ୟା ତଦନ୍ତରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି : ଡିଜିପି

ଭୁବନେଶ୍ବର – ନବ ଦାସ ହତ୍ୟା ମାମଲାରେ ତଦନ୍ତରେ ସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ତଦନ୍ତ ସରିବାକୁ ସମୟ ଲାଗିବ ବୋଲି କହିଛନ୍ତି ଡିଜିପି ସୁନୀଲ ବଂଶଲ ।

ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଗୋପାଳର ରିମାଣ୍ଡ ଅବଧି ବଢ଼ାଇବାକୁ କୋର୍ଟରେ ଆବେଦନ ହେବ। ରାଜ୍ୟ ଓ କେନ୍ଦ୍ରୀୟ ଫରେନସିକ ବିଶେଷଜ୍ଞଙ୍କ ସହାୟତା ନିଆଯାଉଛି। ତଦନ୍ତ ଠିକ୍ ବାଟରେ ଆଗଉଛି ବୋଲି ଡିଜିପି କହିଛନ୍ତି।

ଏଣେ ଅଭିଯୁକ୍ତ ଗୋପାଳଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ଗୋପାଳକୁ ହାଜର କରାଯାଇଛି। ଗୋପାଳକୁ ପୁଣି ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ।

ଆଜି ସକାଳେ ପୋଲିସ ଡିଜି ବରିଷ୍ଠ ଅଧିକାରୀମାନଙ୍କ ସହ ଘଟଣାସ୍ଥଳରେ ଅନୁଧ୍ୟାନ କରିଥିଲେ । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତକାରୀ ଟିମ୍ ସହ ଆଲୋଚନା କରିଥିଲେ ।

Comments are closed.