ବରିଷ୍ଠ ସାମ୍ବାଦିକ ସୁଶାନ୍ତ ମହାନ୍ତି ହେଲେ ସୂଚନା କମିଶନର 

ଭୁବନେଶ୍ୱର – ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତିଙ୍କୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି । କାର୍ଯ୍ୟରେ ଯୋଗ ଦେବା ଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ସୁପାରିଶ ଆଧାରରେ ସୁଶାନ୍ତ ମହାନ୍ତିଙ୍କୁ ସୂଚନା କମିଶନର ଭାବେ ନିଯୁକ୍ତି ଦିଆଯାଇଛି।

ରାଜ୍ୟ ସୂଚନା କମିଶନରେ ଏବେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀଙ୍କ ସମେତ କମିଶନର ଭାବେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋୟୀ ଓ ସଞ୍ଜୟ କୁମାର ସ୍ୱାଇଁ କାର୍ଯ୍ୟ କରୁଛନ୍ତି ।

Comments are closed.