ତୁର୍କୀ, ସିରିଆରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୧ ହଜାର ପାର୍

ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୨୧ ହଜାର ଟପିଛି । ଏହି ମହାପ୍ରଳୟକୁ ପାଞ୍ଚ ଦିନ ବିତିଥିଲେ ମଧ୍ୟ ଭଗ୍ନାବଶେଷ ତଳେ ଏବେ ବି ପ୍ରାୟ ଦୁଇ ଲକ୍ଷ ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି ।

ଉଭୟ ଦେଶରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଛି । କେବଳ ତୁର୍କୀରେ ହିଁ ୧୭ ହଜାରରୁ ଉର୍ଦ୍ଧ୍ଵ ଲୋକ ପ୍ରାଣ ହରାଇଥିବା ବେଳେ ସିରିଆରେ ମୃତ୍ୟୁ ସଂଖ୍ୟା ୪,୦୦୦ ଛୁଇଁଲାଣି । ଭାରତ ସମେତ ୭୦ରୁ ଊର୍ଦ୍ଧ୍ବ ଦେଶ ତୁର୍କୀରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି।

ତୁର୍କୀରେ ଭୂକମ୍ପ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ମଧ୍ୟ ‘ଅପରେସନ୍ ଦୋସ୍ତ’ ଜାରି ରଖିଛି। ତୁର୍କୀକୁ ସେନା, ବାୟୁସେନା କର୍ମଚାରୀ, ଏନଡିଆରଏଫ ଏବଂ ଡାକ୍ତର ଦଳ ପଠାଯାଇଛି। ବହୁ ପରିମାଣରେ ରିଲିଫ୍ ସାମଗ୍ରୀ ମଧ୍ୟ ପଠାଇଛି ଭାରତ ।

Comments are closed.