ଦାଦାବଟି ନଦେବାରୁ ୨ ଜଣଙ୍କୁ ଆକ୍ରମଣ କଲା ଅଣଛାତ୍ର: ବିଶ୍ଵବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ

ବଲାଙ୍ଗିର: ଗୁରୁବାର ମଧ୍ୟ ରାତିରେ ବଲାଙ୍ଗିର ରାଜେନ୍ଦ୍ର ବୁଶ୍ଵ ବିଦ୍ୟାଳୟ ପି.ଜି ହଷ୍ଟେଲ ଭିତରକୁ ଅଣଛାତ୍ର ପଶି ଦାଦାବଟି ମାଗିବା ଓ ୨ ଛାତ୍ରଙ୍କର ତଣ୍ଟି କାଟି ମରଣାନ୍ତକ ଆକ୍ରମଣ ଘଟଣାରେ ବିଶ୍ବବିଦ୍ୟାଳୟର ଛାତ୍ରମାନେ ବିଶ୍ବବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି । ଫଳରେ ଶିକ୍ଷାଦାନ ବ୍ୟାହତ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ କର୍ତ୍ତୃପକ୍ଷ ପହଂଚି ଉତ୍ୟକ୍ତ ଛାତ୍ରଙ୍କୁ ବୁଝାସୁଝା କରିଛନ୍ତି ।

ସୂଚନାମତେ, ଗୁରୁବାର ରାତିରେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପି.ଜି ହଷ୍ଟେଲ ଭିତରକୁ ଜଣେ ଅଣଛାତ୍ର ପଶିଥିଲେ । ଟଙ୍କା ନଦେବାରୁ ଋତୁରାଜ ସିଂ ନାମକ ଜଣେ ଛାତ୍ରଙ୍କୁ ବ୍ଲେଡରେ ଆକ୍ରମଣ କରିଥିଲା । ଏହାକୁ ଅଜିତ ମେହେର ନାମକ ଜଣେ ଛାତ୍ର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଅନ୍ୟ ଛାତ୍ରମାନେ ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଣଛାତ୍ରକୁ କାବୁ କରିଥିଲା । ଋତୁରାଜ ସିଂଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆକ୍ରମଣକାରୀ ନାଁ ସିମରନ ବୋଲି ଜଣାପଡିଛି । ସେ ଜଣେ ନିଶାଖୋର ଯୁବକ ଓ ତା ନାଁରେ ଅନେକ ଅପରାଧ ଥିବା ଜଣାପଡିଛି । ତେବେ ହଷ୍ଟେଲ ଭିତରକୁ ଅଣଛାତ୍ର ପଶି ଆକ୍ରମଣ କରିବା ପରେ ବିଶ୍ବବିଦ୍ୟାଳୟରେ ଆତଙ୍କ ଖେଳିଯାଇଛି ।

Comments are closed.