ଏଚଏଏଲର ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ 

ସୁନାବେଡ଼ା – ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ – ଏଚଏଏଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି ସିବିଆଇ । ସମ୍ବେଦନଶୀଳ କାଗଜପତ୍ର ଲିକ୍ ଅଭିଯୋଗରେ ଉଭୟଙ୍କୁ ଉଠାଇ ନେଇଛି ସିବିଆଇ । ହନିଟ୍ରାପରେ ଫସି ଦୁଇ କର୍ମଚାରୀ ଡାଟା ଲିକ୍ କରିଥିବା ସୂଚନା ମିଳିଛି। ନାସିକ ବ୍ରାଞ୍ଚର ସୂଚନା ଆଧାରରେ ସୁନାବେଡା ଏଚଏଏଲ ପରିସରରେ ରେଡ୍ କରିଥିଲା ସିବିଆଇ । କୋରାପୁଟର ଅଜ୍ଞାତ ସ୍ଥାନରେ ଦୁଇ କର୍ମଚାରୀଙ୍କୁ ରଖି ପଚରା ଉଚରା କରୁଛି ସିବିଆଇ । ନାସିକରୁ ୪ ଜଣିଆ ସିବିଆଇ ଟିମ୍ କୋରାପୁଟ୍ ଆସି ଘଟଣାର ତଦନ୍ତ ଚଳାଇଛି । ଏ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।

Comments are closed.