ବାଣୀବିହାରରେ ଉତ୍ତେଜନା, ସେମିନାରରେ ଯୋଗ ଦେବା ପାଇଁ ଆସିଥିବା ଜେଏନୟୁ ପ୍ରଫେସରଙ୍କୁ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର – ବାଣୀବିହାରରେ ଉତ୍ତେଜନା । ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନା ଚକ୍ର ଚାଲିଥିବାବେଳେ ଅଶାନ୍ତି ସୃଷ୍ଟି ହୋଇଛି । ଦିଲ୍ଲୀ ଜେଏନୟୁରୁ ଆସିଥିବା ପ୍ରଫେସରଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜେଏନୟୁର ଅର୍ଥନୀତି ବିଭାଗର ପ୍ରଫେସର ସୁରଜିତ୍ ମଜୁମଦାର ଆଲୋଚନାଚକ୍ରରେ ଯୋଗ ଦେବାକୁ ଆସିଥିଲେ । ଭାରତୀୟ ସମ୍ବିଧାନ ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ସମୟରେ କିଛି ଛାତ୍ର ସେଠାକୁ ଆସି ଆଲୋଚନା ଚକ୍ର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିଥିବା ଅଭିଯୋଗ ହୋଇଛି। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

Comments are closed.