ମହାପ୍ରଭୁଙ୍କୁ ତିନି ଗୋଟି ସୁନା ଜିଭ ଛେଲା ଦାନ କଲେ ଜଣେ ଭକ୍ତ

ପୁରୀ: ଆଜି ଜନୈକ ଦାତା ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ଗୋଟି ସୁବର୍ଣ୍ଣ ଜିଭି ( ସୁନାର ଜିଭ ଛେଲା ) ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକ , ଅନ୍ୟ ପ୍ରଶାସକ ଏବଂ ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ଭୁବନେଶ୍ବରର ପଦ୍ମଚରଣ ପାତ୍ର ଏହି ଦାନ କରିଛନ୍ତି । ୩ ଗୋଟି ସୁବର୍ଣ୍ଣ ଜିଭିରେ ସମୁଦାୟ ୯୦ ଗ୍ରାମ ୩୩୦ ମିଲିଗ୍ରାମ ସୁନା ବ୍ୟବହାର ହୋଇଛି । ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସୁବର୍ଣ୍ଣ ଜିଭଛେଲା ବ୍ୟବହାର ହୋଇଥାଏ । ପୂର୍ବରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀ ପାତ୍ର ୩ ହଳ ସୁବର୍ଣ୍ଣ ସୂର୍ଯ୍ୟ – ଚନ୍ଦ୍ର ଦାନ କରିଥିଲେ ।

Comments are closed.