ରାଜ୍ୟରେ ଆଉ ୬୫ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ସଂଗୃହୀତ ତଥ୍ୟ ଅନୁସାରେ ରାଜ୍ୟରେ ଆଉ ୬୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪, ସୁନ୍ଦରଗଡରୁ ୧୦, ଅନୁଗୁଳରୁ ୯, ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ବରଗଡ ଓ ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭଦ୍ରକ, କଟକ, ଜଗତସିଂହପୁର, ମାଲକାନଗିରି, ନୟାଗଡ ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

Comments are closed.