କର୍ତ୍ତବ୍ୟରେ ଅବହେଳା ପାଇଁ ବସ୍ତା ଥାନା ଅଧିକାରୀ ନିଲମ୍ବିତ

ବସ୍ତା -କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଅବକାରୀ ଥାନା ଅଧିକାରୀ। ବାଲେଶ୍ବର ଜିଲ୍ଲା ବସ୍ତା ଅବକାରୀ ଥାନା ଅଧିକାରୀ ଭଗବାନ ମହାନନ୍ଦିଆଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରାଯାଇଛି । ପୂର୍ବରୁ ଭଗବାନ ଏକ ଅଫିମ ଜବତ ଘଟଣାରେ ଅଭିଯୁକ୍ତକୁ ହେରଫେର କରି ପୁଣି ଗିରଫ ଘଟଣାରେ ସ୍ଥାନୀୟ ଲୋକ ତାଙ୍କୁ ଅଟକ ରଖିଥିବା ସହିତ ମାଡ଼ ମାରିଥିଲେ। ଏହି ଘଟଣାରେ ଅବକାରୀ କମିଶନର ଆଶିଷ ସିଂ ତଦନ୍ତ ଚଳାଇଥିଲେ। ପରେ ଆଜି ଅବକାରୀ ନିର୍ଦ୍ଦେଶକ ରାମଚନ୍ଦ୍ର ପାଲଟାଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଭଗବାନ ମହାନନ୍ଦିଆଙ୍କୁ ନିଲମ୍ବିତ କରିଛନ୍ତି।

Comments are closed.