ଟ୍ରାକ୍ଟର ଧକ୍କାରେ ଜଣେ ମୃତ ଓ ଜଣେ ଗୁରୁତର

ସୁବର୍ଣ୍ଣପୁର : ଟ୍ରାକ୍ଟର ଧକ୍କାରେ ଜଣେ ମୃତ ଜଣେ ଗୁରୁତର । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସାହାଜବାହାଲ ଛକରେ ଦୁଇ ଜଣ ଛିଡ଼ା ହୋଇଥିବା ସମୟରେ ଟ୍ରାକ୍ଟର ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଲେ ଯଦୁମଣି ମେହେର ସେ ଧାନବସା ଗ୍ରାମର ହୋଇଥିବା ବେଳେ ଗୁରୁତର ଜଣକ ରାମପୁର ଗ୍ରାମର ସଂଯୁକ୍ତା ବିଶ୍ବାଳ ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଂଚି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.