ସେନା ଯବାନଙ୍କୁ ପିଟିପିଟି ହତ୍ୟା, ଡିଏମକେ କାଉନସିଲର ସହ ୯ ଗିରଫ

ଚେନ୍ନାଇ: ତାମିଲନାଡୁର କୃଷ୍ଣଗିରିରେ ଡିଏମକେ କାଉନସିଲର ଓ ତାଙ୍କ ସମର୍ଥକମାନେ ଜଣେ ସେନା ଯବାନଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ହତ୍ୟାର ଶିକାର ହୋଇଥିବା ଯବାନ ହେଉଛନ୍ତି ପ୍ରଭୁ । ନିକଟରେ ପ୍ରଭୁ (୨୯) ଓ ତାଙ୍କ ବଡ଼ଭାଇ ପ୍ରଭାକରନ ଛୁଟିରେ ନିଜ ଗାଁକୁ ଆସିଥିଲେ । ଫେବୃଆରୀ ୮ ସନ୍ଧ୍ୟାରେ ଏକ ପାଣି ଟାଙ୍କି ନିକଟରେ କପଡ଼ା ଧୋଇବାକୁ କେନ୍ଦ୍ର କରି ଡିଏମକେ କାଉନସିଲର ଚିନ୍ନାସ୍ବାମୀଙ୍କ ସହ ପ୍ରଭୁଙ୍କ ଝଗଡ଼ା ହୋଇଥିଲା । ଏହାପରେ ଚିନ୍ନାସ୍ବାମୀ ଓ ତାଙ୍କ ସମର୍ଥକମାନେ ପ୍ରଭୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ।

ଆକ୍ରମଣରେ ଗୁରୁତର ଆହତ ପ୍ରଭୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଡିଏମକେ କାଉନସିଲରଙ୍କ ସହ ୯ ଜଣଙ୍କୁ ଗିରଫ କରିଛି। ପ୍ରଭାସଙ୍କ ବଡ଼ଭାଇ ମଧ୍ୟ ସେନାରେ କାମ କରନ୍ତି ।

Comments are closed.