ଜାମୁଝରିରେ ପ୍ରତିଷ୍ଠା ହେବ ରାଜ୍ୟର ସବୁଠାରୁ ବଡ଼ ମଡେଲ ଜେଲ

ଭୁବନେଶ୍ୱର – ରାଜ୍ୟର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ । ରାଜଧାନୀ ଉପକଣ୍ଠ ଜାମୁଝରିକୁ ଝାରପଡ଼ା ଜେଲ ଉଠିଯିବା ପରେ ଏଥିରେ ଅଣାଯିବ ସଂସ୍କାର । ୫୦ ଏକର ପରିମିତ ଅଞ୍ଚଳରେ ହେବ ଭୁବନେଶ୍ୱର ମଡେଲ ଜେଲ । ନୂଆ ଜେଲରେ ବାୟୋମ୍ୟାଟ୍ରିକ ସିଷ୍ଟମ ରହିବ । ଦୁଇ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ ।

ଏହି ଜେଲ୍ ର ପ୍ଲାନ ଦେଉଥିବା ଆର୍କିଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଏବଂ ୱାର୍ଡର ହେବ ବ୍ୟବସ୍ଥା । ଓପନ ଜିମ୍, ଚିଲଡ୍ରେନ ପାର୍କ, ପ୍ଲେ ଗ୍ରାଉଣ୍ଡ ଜେଲ ପରିସରରେ ରହିବ । ଜେଲ ଭିତରେ ୧୨୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର ରହିବ । ଜେଲ ଭିତରେ କଏଦୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ । ଫୁଡ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ । ମିଲେଟ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ ।

୫-ଟି ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ଜେଲକୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଜେଲ ଡିଜି ମନୋଜ ଛାବ୍ରା ।

Comments are closed.