ବାରାଣାସିରେ ବରଗଡ଼ର ଦୁଇ ଭଉଣୀଙ୍କ କମାଲ, ଜାତୀୟ ମାଷ୍ଟର ଗେମ୍ସରେ ଜିତିଲେ ରଜତ ପଦକ

ବରଗଡ଼ : ଉତ୍ତରପ୍ରଦେଶର ବାରାଣାସି ସହରରେ ଗତ ଚଳିତ ମାସ ୧୧ ତାରିଖରୁ ୧୪ ପର୍ଯ୍ୟନ୍ତ ଚାଲିଥିବା ପଞ୍ଚ ଦିବସୀୟ ଜାତୀୟ ମାଷ୍ଟର ଗେମ୍ସ ପ୍ରତିଯୋଗିତାରେ ବରଗଡ଼ର ଦୁଇ ଭଉଣୀ ଜଣାଶୁଣା ଜାତୀୟ ଖେଳାଳି ଅନୁପମା ଘିବେଲା ଓ ଅରୁଣା ଘିବେଲା ରଜତ ପଦକ ଜିତି ବରଗଡ଼ ତଥା ଓଡିଶାକୁ ଗୌରବାନ୍ବିତ କରିଛନ୍ତି ।

ସୂଚନା ଅନୁସାରେ ସୁଶ୍ରୀ ଅନୁପମା ଘିବେଲା ଯଥାକ୍ରମେ ୪୦୦ ମିଟର ହର୍ଡଲେସ ରେସ୍ ଓ ଉଚ୍ଚ ଡିଆଁରେ ରଜତ ପଦକ ପାଇଥିବା ବେଳେ ଅରୁଣା ଘିବେଲା ଟ୍ରିପଲ ଜମ୍ପ ଓ ଲମ୍ବ ଡିଆଁରେ ରୌପ୍ଯ ପଦକ ଏବଂ ଉଚ୍ଚ ଡିଆଁରେ କାନ୍ସ୍ୟ ପଦକ ବିଜେତା ହୋଇଛନ୍ତି ।

ମାଷ୍ଟର ଗେମ୍ସ ଫେଡେରେସନ ଅଧ୍ୟକ୍ଷ ଜଗଦୀପ ମଢୋକ, ଫେଡେରେସନର ସାଧାରଣ ସଂପାଦକ ବିନୋଦ କୁମାରଙ୍କ ଠାରୁ ଦୁଇ ଭଉଣୀ ପୁରସ୍କାର ଗ୍ରହଣ କରିଥିଲେ । ଓଡିଶା ଶାଖା ମାଷ୍ଟର ଗେମ୍ସ ସଂପାଦକ ଶିବପ୍ରସାଦ ମିଶ୍ର ଏହି କୃତିତ୍ବ ଯୋଗୁଁ ଦୁଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।

Comments are closed.