ଭାରତ ବିପକ୍ଷ ସିରିଜ୍ ମଝିରେ ହଠାତ୍ ସ୍ବଦେଶ ଫେରିଗଲେ ଅଷ୍ଟ୍ରେଲିଆ କ୍ୟାପଟେନ୍

ନୂଆଦିଲ୍ଲୀ: ଚଳିତ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ପ୍ରଥମ ଦୁଇଟି ଟେଷ୍ଟରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ପାଇଁ କିଛି ଠିକ୍ ଚାଲୁନାହିଁ । ଏବେ ଖବର ଆସିଛି ଯେ ଅଧିନାୟକ ପ୍ୟାଟ୍ କମିନ୍ସ ହଠାତ୍ ଅଷ୍ଟ୍ରେଲିଆ ଫେରି ଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ପାରିବାରିକ କାରଣରୁ ସେ ସ୍ବଦେଶ ଫେରିଛନ୍ତି। କିନ୍ତୁ ମାର୍ଚ୍ଚ ୧ ରୁ ଇନ୍ଦୋରରେ ତୃତୀୟ ଟେଷ୍ଟ ମ୍ୟାଚ୍ ପୂର୍ବରୁ ସେ ଭାରତ ଫେରିବେ ବୋଲି କୁହାଯାଇଛି ।

କ୍ରିକିନଫୋ ରିପୋର୍ଟ ଅନୁଯାୟୀ, ପରିବାରରେ କୌଣସି ଏକ ବଡ଼ ସମସ୍ୟା ଯୋଗୁଁ କମିନ୍ସ ସ୍ବଦେଶ ଫେରିଛନ୍ତି।ତୃତୀୟ ଟେଷ୍ଟ ପୂର୍ବରୁ କମିନ୍ସ ଫେରି ଆସିପାରନ୍ତି। ତେବେ ଏନେଇ କମିନ୍ସଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ। ଦିଲ୍ଲୀ ପୂର୍ବରୁ ନାଗପୁରରେ ଅଷ୍ଟ୍ରେଲିଆକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି କାରଣରୁ ଅଷ୍ଟ୍ରେଲିଆ ଗଣମାଧ୍ୟମ ମଧ୍ୟ ଦଳକୁ ତୀବ୍ର ସମାଲୋଚନା କରିଛି।

Comments are closed.