ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳର ଖେଳାଳିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଆଗକୁ ବି ସଫଳ ପ୍ରଦର୍ଶନ ଜାରି ରଖିବାକୁ ଶୁଭେଚ୍ଛା

ଭୁବନେଶ୍ୱର- ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତି ଦୀର୍ଘ ୪୧ ବର୍ଷର ମରୁଡି ଶେଷ କଲା ପରେ ଭାରତୀୟ ହକି ଦଳକୁ ଚାରିଆଡୁ ପ୍ରଶଂସା ଓ ଅଭିନ୍ଦନର ସୁଅ ଛୁଟୁଛି । ଭାରତୀୟ ହକିର ଏହି ଗୌରବମୟ କ୍ଷଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ସାରାଦେଶ ଶତମୁଖ । ଗତ ୪ ବର୍ଷ ଧରି ଓଡିଶା ସରକାର ଜାତୀୟ ଦଳର ପ୍ରାୟୋଜକ ରହିବା ସହ ରାଜ୍ୟର ଗୌରବ କଳିଙ୍ଗ ହକି ଷ୍ଟାଡିୟମ ଦେଶର ମୁଖ୍ୟ ହକି କେନ୍ଦ୍ରରେ ପରିଣତ ହୋଇଛି । ଟୋକିଓରେ ଐତିହାସିକ ବ୍ରୋଞ୍ଜ ପଦ ଜତିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ହକିଦଳକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଖେଳାଳିଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ଭାରତୀୟ ହକି ଖେଳାଳିମାନେ ଆଗକୁ ମଧ୍ୟ ସଫଳ ପ୍ରଦର୍ଶନ ଜାରି ରଖି ଦେଶ ପାଇଁ ଅନେକ ସମ୍ମାନ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Comments are closed.