ଚାରି ବର୍ଷର ବାଳକକୁ ଝୁଣି ମାରିଲେ ବୁଲା କୁକୁର, ସିସିଟିଭିରେ କଏଦ୍ ହେଲା ହୃଦୟ ବିଦାରକ ଦୃଶ୍ୟ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୪ ବର୍ଷର ବାଳକର ମୃତ୍ୟୁ ହୋଇଛି । ଏହି ହୃଦୟ ବିଦାରକ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏହି ଭିଡିଓ ।

ଭାଇରାଲ ହେଉଥିବା ସିସିଟିଭି ଫୁଟେଜର ଜଣେ ୪ ବର୍ଷର ପିଲା ଏକୁଟିଆ ଚାଲି ଚାଲି ଯାଉଥିବା ବେଳେ ହଠାତ୍ କୁକୁର ପଲ ହାବୁଡ଼ରେ ପଡ଼ି ଯାଇଥିବା ଦେଖିବାକୁ ମିଳୁଛି । ୪-୫ ବୁଲା କୁକୁର ତାକୁ ଆକ୍ରମଣ କରିଛନ୍ତି । ପିଲାଟି ନିଜ ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ କୁକୁର ପଲ ମିଶି ପିଲାଟିକୁ ଝୁଣି ଦେଇଥିଲେ ।

ପରିବାର ଲୋକ ଏହା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପିଲାଟିକୁ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ ପିଲାର ନାମ ପ୍ରଦୀପ ।‌ ତାର ବାପା ଗାର୍ଡ ଭାବେ କାମ କରନ୍ତି। ନିଜାମାବାଦରେ ସୋମବାର ଘଟିଥିବା ଏହି ଘଟଣା ପରେ ଉତ୍ତେଜନା ପ୍ରକାଶ ପାଇଛି । ବୁଲା କୁକୁର ବିପଦ ପାଇଁ ପ୍ରଶାସନ ପଦକ୍ଷେପ ନେଉ ବୋଲି ଲୋକେ ଦାବି କରିଛନ୍ତି।

Comments are closed.