ଫେବ୍ରୁଆରୀରୁ ହିଁ ଅସହ୍ୟ ତାତି, ଭୁବନେଶ୍ଵରରେ ଆଜି ପାରଦ ୩୮ ଡିଗ୍ରୀ ଛୁଇଁଲା

ଭୁବନେଶ୍ବର – ଫେବ୍ରୁଆରୀ ମାସରୁ ହିଁ ରାଜଧାନୀ ଭୁବନେଶ୍ଵରରେ ଅସହ୍ୟ ତାତି । ଆଜି ଭୁବନେଶ୍ୱରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଫେବ୍ରୁଆରୀ ମାସରେ ହିଁ ରାଜଧାନୀରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଛୁଇଁବା ସତର୍କ ଘଣ୍ଟି ସଦୃଶ ହୋଇଛି । ଓଡ଼ିଶା‌ରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀ‌ରେ ବୃଦ୍ଧି ପାଉଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅନେକ ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଅନ୍ୟପଟେ ଦେଶରେ ପ୍ରଥମ ଥର ପାଇଁ ଫେବ୍ରୁଆରୀ ମାସରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରୀ ହୋଇଛି। ମୁମ୍ବାଇରେ ଜାରି ରହିଥିବା ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆଇଏମ୍‌ଡି ପକ୍ଷରୁ ଏହି ସତର୍କତା ଜାରି କରାଯାଇଛି। ସାଧାରଣତଃ ମାର୍ଚ୍ଚ ମାସରୁ ଆଇଏମ୍‌ଡି ପକ୍ଷରୁ ଗ୍ରୀଷ୍ମକାଳୀନ ଆକଳନ ଅର୍ଥାତ ସର୍ବାଧିକ ତାପମାତ୍ରା ସମ୍ପର୍କରେ ସୂଚନା ଜାରି କରାଯାଇଥାଏ।

Comments are closed.