ତିନି ଥର ବିଫଳତା ପରେ ଦିଲ୍ଲୀ ମେୟର ପାଇଁ ଭୋଟ୍ ଗ୍ରହଣ ଆରମ୍ଭ

ନୂଆଦିଲ୍ଲୀ: ଗତ ଦୁଇ ମାସ ମଧ୍ୟରେ ତିନୋଟି ବିଫଳ ପ୍ରୟାସ ପରେ ବୁଧବାର ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ସିଭିକ୍ ସେଣ୍ଟରରେ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନ୍ (ଏମସିଡି) ମେୟର ପଦ ପାଇଁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି।

ବିଧାୟକ ଏବଂ ସାଂସଦମାନେ ମେୟର ପଦ ପାଇଁ ଭୋଟ୍ ଦେଉଛନ୍ତି। ଏହା ପରେ ଏମସିଡିର ନବ ନିର୍ବାଚିତ କର୍ପୋରେଟରମାନେ ଭୋଟ୍ ଦେବେ।

ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀର ନୂଆ ମେୟର କିଏ ହେବ ତାହା ସ୍ପଷ୍ଟ ସୋଇଯିବ ।

ମେୟର ପଦ ପାଇଁ ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଶେଲି ଓବରୟଙ୍କୁ ପ୍ରାର୍ଥୀ କରିଛି।

ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରଥମେ ମେୟର ପଦ ପାଇଁ ନିର୍ବାଚନ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହାଛଡ଼ା ଏମସିଡିରେ ମନୋନୀତ ସଦସ୍ୟ ମେୟର ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଦେଇଥିଲେ ।

Comments are closed.