“ଆମ ହସ୍ପିଟାଲ” ଯୋଜନାରେ ସାମିଲ ହେଲା ବରଗଡ଼ ଜିଲ୍ଲାର ୫ ହସ୍ପିଟାଲ

ବରଗଡ଼: ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଆମ ହସ୍ପିଟାଲ ଯୋଜନାରେ ବରଗଡ଼ ଜିଲ୍ଲାର ପାଞ୍ଚଟି ହସ୍ପିଟାଲକୁ ସାମିଲ କରାଯାଇଛି। ଏଥିମଧ୍ୟରେ ପଦ୍ମପୁର ଉପଖଣ୍ଡ ଡ଼ାକ୍ତରଖାନା, ବିଜେପୁର ସିଏଚସି, ବରଗଡ଼ ସିଏଚସି, ଅତାବିରା ସିଏଚସି, ଭଟଲି ମୁଖ୍ୟ ଡାକ୍ତରଖାନାକୁ ସାମିଲ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ତ୍ବରାନ୍ବିତ କରିବା ସହ ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକର ଭିତ୍ତିଭୂମି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ହିଁ ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଅଟେ । ୫ଟି ଆମ ହସ୍ପିଟାଲ ଯୋଜନା ନୀତି ଅନୁସାରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାରୁ ମୋଟ ୧୪୭ ଟି ଡାକ୍ତରଖାନାକୁ ସାମିଲ କରାଯାଇଛି ।

Comments are closed.